Fashion

ମଣିମାଳାଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କାର ସହାୟତା

  ପ୍ରଖ୍ୟାତ ମଞ୍ଚ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମଣିମାଳା ଦେବୀଙ୍କ ଚିକିତ୍ସା ଖର୍ଚ୍ଚ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଅଭିନେତ୍ରୀ ମଣିମାଳା ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସହାୟତା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶାର ମଞ୍ଚ ତଥା ସିନେମା ଜଗତରେ ମଣିମାଳାଙ୍କ ଅନନ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ପୂର୍ବାହ୍ନରେ ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମଣିମାଳାଙ୍କ ଗଡଗୋପୀନାଥ କଲୋନୀସ୍ଥିତ ଏମ୍ବି-୫୯ ନମ୍ବର ବାସଭବନକୁ ଯାଇ ତାଙ୍କର ଚିକିତ୍ସା ଖର୍ଚ୍ଚ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଶ୍ରୀ ପାଣିଗ୍ରାହୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲ। ୧୯୫୩ ମସିହାରେ ଶ୍ରୀଲୋକନାଥ ଚଳଚ୍ଚିତ୍ରର ନାୟିକା ଭାବରେ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଲକ୍ଷ୍ମୀ, ଭାଇଭାଉଜ, ମଲାଜହ୍ନ, କା, ଅଭିନେତ୍ରୀ, ଜୀବନସାଥୀ, ନୀରବଝଡ଼, କ୍ଳାନ୍ତ ଅପରାହ୍ନ, ଅନ୍ଧଦିଗନ୍ତ, ଭିନ୍ନ ସମୟ ଇତ୍ୟାଦି ୨୮ଟି ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜକୁ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲେ। ଶ୍ରୀଲୋକନାଥ ଚଳଚ୍ଚିତ୍ର ପାଇଁ ସେ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ବିଜୟିନୀ ହୋଇଥିବା ସହ ଓଡ଼ିଆ ଚଳଚ୍ଚିତ୍ରରେ ଜୀବବ୍ୟାପି ସାଧନା ପାଇଁ ୨୦୦୦ ମସିହାରେ ରାଜ୍ୟସରକାରଙ୍କ ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାର ଓ ୨୦୦୮ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ସର୍ବୋଚ୍ଚ ସମ୍ମାନ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ପୁରସ୍କାର ଲାଭ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଣିମାଳାଙ୍କୁ ୧ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ମାସିକ ହଜାରେ ଟଙ୍କାର କଳାକାର ପେନ୍ସନ୍ ପ୍ରଦାନ କରାଯାଉଛିା ସହାୟତା ପ୍ରଦାନ ସମୟରେ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ରାମଶଙ୍କର ବେହେରା ଓ ସହକାରୀ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଉପସ୍ଥିତ ଥିଲେ । ମଣିମାଳାଙ୍କ ପୁତ୍ର ଶଙ୍କର ଘୋଷ ମା'ଙ୍କ ଚିକିତ୍ସା ବାବଦରେ ସୂଚନା ଦେଇଥିଲେ।

 

 

 


Author: UpdateNewsOdisha