Fashion

ବରୀରେ ପ୍ରବାସୀ ଭାରତୀୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

 

 

  ଯାଜପୁର: ଗତ ଅପ୍ରେଲ ୨୪ରେ ଶ୍ରୀଲଙ୍କାରେ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ ସାହୁପଡ଼ା ଗ୍ରାମର ବିକାଶ ମହାନ୍ତିଙ୍କ ଶବ ୨୨ ମେ ରେ ନିଜ ଗ୍ରାମ ସାହୁପଡ଼ାରେ ପହଞ୍ଚିଲା ପରେ ପରିବାର ଲୋକ ଇନ୍ସୁରାନସ୍, ପଞ୍ଚନାମା କପି, କ୍ଷତିପୂରଣ ରାଶିଦାବି କରି ରାସ୍ତା ଅବରୋଧ କରିବା ସହିତ ବିକାଶର ଶବକୁ ଗ୍ରହର କରିନଥିଲେ । ବରି ତହସିଲଦାର ପ୍ରେମାନନ୍ଦ ବେହେରା, ବରିରାମଚନ୍ଦ୍ରପୁର ଥାନା ଓ.ଆଇ.ସି ଲୋକଙ୍କୁ ବୁଝାଇବା ସତ୍ତ୍ବେ କିଛି ଫଳ ହୋଇନଥିଲା। ପ୍ରଶାସନ ଶବକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣି ସଂଗ୍ରକ୍ଷିତ ରଖି ପରିବାର ସହିତ ଲଗାତର ଆଲୋଚନା କଲେ ମଧ୍ୟ ଫଳ କିଛି ହୋଇନାହିଁ । ବିନା କ୍ଷତିପୁରଣରେ ସେମାନେ ଶବ ଗ୍ରହଣ କରିବାକୁ ମନା କରିବା ପରେ କାଲି ଯାଜପୁର ଜିଲ୍ଲାପାଳ ୭୨ଘଣ୍ଟା ମଧ୍ୟରେ ପରିବାର ଲୋକେ ଶବଗ୍ରହଣ କରିବାକୁ ନୋଟିସ୍ ଜାରି କରିଛନ୍ତି । ବିକାଶର ଶବକୁ ନେଇ ପ୍ରଶାସନ ଗ୍ରାମବାସୀଙ୍କ ଭିତରେ ସୃଷ୍ଟିହୋଇଥିବା ଅବସ୍ଥା ଯୋଗୁ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।


Author: Bijay, Jajpur Bureau