Fashion

ଭାରତରେ ପ୍ରତିବର୍ଷ ବଢୁଛି ଶିଶୁ ମୃତ୍ୟୁହାର: ଶ୍ରୀ ଜେ.ପି. ନଡ୍ଡା

  ଭାରତରେ ପ୍ରତିବର୍ଷ ୧.୨୬ ନିୟୁତ ପାଂଚ ବର୍ଷରୁ କମ ବୟସର ଶିଶୁ ମୃତ୍ୟୁବରଣ କରୁଛନ୍ତି ବୋଲି ୨୦୧୩ ସାମ୍ପଲ ରିସର୍ଚ ସର୍ଭେରୁ ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦେଇଥିବା ସୂଚନା ଅନୁସାରେ ପାଂଚ ବର୍ଷରୁ କମ ଶିଶୁଙ୍କ ମୃତ୍ୟୁ ହାର ୫୭ ପ୍ରତିଶତ ରହିଛି । ଜନ୍ମ ହେବାର ୨୮ ଦିନ ମଧ୍ୟରେ ବିଭିନ୍ନ କାରଣ ଯୋଗୁ ଶିଶୁ ମୃତ୍ୟୁବରଣ କରିଥାନ୍ତି । ସେହି କାରଣଗୁଡିକ ମଧ୍ୟରେ ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁ ଏବଂ କମ ଓଜନର ଶିଶୁ, ଜନ୍ମ ପରର ସଂକ୍ରମଣ, ଜନ୍ମ ସମୟରେ ଫୁସଫୁସରେ ପବନର ଅଭାବ ଓ ରକ୍ତରେ ଅମ୍ଳଜାନ ଅଭାବ ଅନ୍ୟତମ। ଏହାବ୍ୟତୀତ ନିମୋନିଆ ଏବଂ ଡାଇରିଆ ଶିଶୁ ମୃତ୍ୟୁର ପ୍ରମୁଖ କାରଣ । ସରକାର ମହଜୁଦ ଥିବା ଟୀକା ଯାଂଚ ପାଇଁ ଏସଏମଏସ ଆଧାରିତ ଇଲେକ୍ଟ୍ରୋନିକ୍ସ ଭେକସିନ ଇଂଟେଲିଜେନ୍ସ ନେଟୱାର୍କ ବ୍ୟବସ୍ଥା କରିଛନ୍ତି । ଗ୍ଲୋବାଲ ଏଲାଏନ୍ସ ଫର ଭ୍ୟାକ୍ସିନ ଏଣ୍ଡ ଇମ୍ୟୁନାଇଜେସନ ଅଧିନରେ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର ୧୬୦ ଜିଲ୍ଳାର ୪୪୭୬ ଶୀତଳୀକୃତ ଷ୍ଟୋରେଜ ପଏଂଟ ରେ ଟୀକା ଯାଂଚ ବ୍ୟବସ୍ଥା କରାଯାଇଛି ।

 


Author: UpdateNewsOdisha