Fashion

ନବନିର୍ମାଣ କୃଷକ ସଂଗଠନର ଜିଲ୍ଳାସ୍ତରୀୟ ସମାବେଶ

 

 

    ଯାଜପୁର : ଯାଜପୁର ଜିଲା ଜନକଠାରେ ନବନିର୍ମାଣ କୃଷକ ସଂଗଠନର ଏକ ଜିଲ୍ଳାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । କୃଷକନେତା ଅଚ୍ୟୁତାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କୃଷକ ସମାବେଶରେ ନବନିର୍ମାଣ କୃଷକ ସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାର କୃଷି କୃଷକକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ଏବଂ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି। ପ୍ରାଇସ, ପ୍ରେଷ୍ଟିଜ୍, ପେନସନ୍ ଦାବି ସହ କୃଷକର ନାଯ୍ୟ ଦାବି ହାସଲ କରାଯିବା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନ ଲଢେଇଜାରି ରଖିବ । ଆଗାମୀ ଦିନରେ ଓଡିଶାର ୩୦ଟି ଜିଲ୍ଳା ଓ ୩୧୪ଟି ବ୍ଳକକୁ ମଧ୍ୟ ଅଚଳ କରିଦିଆଯିବ ବୋଲି ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି । ଏହି ସମାବେଶରେ ରାଜ୍ୟ ସହ ସଂଯୋଜକ ଶେଷଦେବ ନନ୍ଦ, ଯାଜପୁର ଜିଲ୍ଳା ସଂଯୋଜକ ନିମାଇଁ ରାୟ, କୃଷକ ନେତା ବସନ୍ତ ପରିଡା, ରବିନ୍ଦ୍ର ସାହୁଙ୍କ ସମେତ ବହୁ କୃଷକ ନେତା ବକ୍ତବ୍ୟ ପ୍ରଦାନ କରି କୃଷି ଓ କୃଷକ ପାଇଁ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।

 


Author: Bijay, Jajpur Bureau