Fashion

କିରୋସିନି ବାଟମାରଣା ରୋକିବାକୁ କେନ୍ଦ୍ରର ଯୋଜନା

  ୯ଟି ରାଜ୍ୟର ୩୩ଟି ବଛା ବଛା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ କିରୋସିନି ଆବଂଟନ ପାଇଁ ପ୍ରତ୍ୟକ୍ଷ ସବସିଡି ସୁବିଧା ହସ୍ତାନ୍ତର ସ୍କିମ୍ ଆରମ୍ଭ କରାଯିବ । ଲୋକସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ସ୍କିମ୍ ଅଧିନରେ ଜଣେ ହିତାଧିକାରୀ ପ୍ରକୃତ ବଜାର ଦର ଦେଇ କିରୋସିନି କିଣିବ କିନ୍ତୁ ତାର ଜମାଖାତାରେ ସରକାରୀ ସବସିଡି ଜମା ହେବ । ଏହି ପାଇଲଟ କାର୍ଯ୍ୟକ୍ରମ ପ୍ରଚଳନ ସକାଶେ ସମ୍ପୃକ୍ତ ୯ଟି ରାଜ୍ୟକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ା ପ୍ରଥମ ଦୁଇ ବର୍ଷରେ ୭୫ ପ୍ରତିଶତ, ତୃତୀୟ ବର୍ଷରେ ୫୦ ପ୍ରତିଶତ ଏବଂ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ ଆକାରରେ ଆର୍ଥିକ ପ୍ରୋତ୍ସାହନ କେନ୍ଦ୍ର ସରକାର ଯୋଗାଇଦେବେ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏହି ଡିବିଟି ସ୍କିମରେ ଯୋଗ ନେବା ଲାଗି ଅନୁରୋଧ କରାଯାଇଛି । ଇତି ମଧ୍ୟରେ ପାଇଲଟ ଡିବିଟିକେ ସ୍କିମ୍ ଲାଗୁ କରିବା ପାଇଁ ଆବଶ୍ୟକ ଭିତିଭୂମି ବ୍ୟବସ୍ଥା ପ୍ରସ୍ତୁତ କରିବା ସକାଶେ ସମ୍ପୃକ୍ତ ରାଜ୍ୟମାନଙ୍କ ସହ ଯୋଗସୂତ୍ର ରଖାଯାଇଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

 

 


Author: UpdateNewsOdisha