Fashion

ବିଶ୍ବ ସୁଫି ସମ୍ମିଳନୀ, ଆତଙ୍କବାଦ ଉପରେ ଗର୍ଜ୍ଜିଲେ ମୋଦି

  ବିଶ୍ବ​​ସାରା​ ଆତଙ୍କବାଦ ଧିରେ ଧିରେ ବୃଦ୍ଧି ପାଉଥିବାବେଳେ ଯୁବକମାନେ ଏହି ଆତଙ୍କବାଦ ଜାଲରେ ଛନ୍ଦିହେବାରେ ଲାଗିଛନ୍ତି । ଆତଙ୍କବାଦୀ ମାନଙ୍କ ଟାର୍ଗଟରୁ ଯୁବକମାନଙ୍କୁ ଦୁରରେ ରଖିବାସହ ବିଶ୍ୱରେ ଶାନ୍ତି ବାର୍ତ୍ତା ଦେବାନିମନ୍ତେ ଭାରତ ସମେତ ୨୦ଟି ଦେଶର ଇସଲାମ୍ ଧର୍ମଗୁରୁ, ସନ୍ଥ, ବିଦ୍ୱାନ ମାନଙ୍କୁ ନେଇ ନୁଆଦିଲ୍ଲୀ ଠାରେ ବିଶ୍ୱ ସୁଫି ସମ୍ମିଳନୀ ଉଦଘାଟନ ହୋଇଛି । ଏହି ଉଦଘାଟନ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଇସଲାମ୍ ଧର୍ମରେ ଆତଙ୍କବାଦର ସ୍ଥାନ ନାହିଁ ବରଂ କିଛି ବ୍ୟକ୍ତିବିଶେଷ ଆତଙ୍କବାଦର ନାମନେଇ ଇସଲାମକୁ ବଦନାମ୍ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଆଲ୍ଲାଙ୍କ ୯୯ଟି ନାମ ଶାନ୍ତିର ପ୍ରତୀକ ହୋଇଥିବାବେଳେ ଇସଲାମରେ ହିସାଂର ସ୍ଥାନ ନଥିବା ମୋଦି ତାଙ୍କ ଅଭିଭାଷଣରେ ବର୍ଣ୍ଣନା କରିଥିଲେ । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ନିମନ୍ତେ ଏହିଭଳି ସମ୍ମିଳନୀର ଆବଶ୍ୟକତା ଅଛି କହିବା ସହ ସମଗ୍ର ବିଶ୍ୱବାସୀ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ମୋଦି ଆହ୍ୱାନ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟଯେ କିଛିଦିନ ହେବ ଦେଶରେ ଅସହନଶୀଳତାକୁ ନେଇ ବିଚାର ଚାଲିଛି। ତେବେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ, ଭାରତରେ ସବୁ ଧର୍ମର ଲୋକ ଏକ ହୋଇ ଚଳିବାର ଉଦାହରଣ ଦେଇ ଅସହନଶୀଳତାର ବାର୍ତ୍ତା ଦେଉଥିବା ଲୋକଙ୍କୁ ସିଧା ସିଧା ଏହି ମଞ୍ଚ ମାଧ୍ୟମରେ ଟାର୍ଗେଟ୍ କରିଥିଲେ।

 

 

 

 


Author: satyajit