Fashion

ଯୁଦ୍ଧ କାଳୀନ ଭିତ୍ତିରେ ନଗଡାର ବିକାଶ ପାଇଁ ପଦକ୍ଷେପ

 

ନଗଡାକୁ ସବୁଦିନିଆ ରାସ୍ତା ପାଇଁ ଦ୍ରୁତ ପ୍ରସ୍ତୃତି ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାହାଡ ପାଦଦେଶଠାରୁ ନାଲିଆଡାବ ପର୍ଯ୍ୟନ୍ତ ପାହାଡିଆ ରାସ୍ତାର ସର୍ଭେ କାର୍ଯ୍ୟ ବିଭାଗ ସାରିଥିବାବେଳେ ଏଥିପାଇଁ ଏଷ୍ଟିମେଟ୍ ବିଭାଗ ପ୍ରସ୍ତୃତି କରୁଛି। ଯଥାଶିଘ୍ର ଏଷ୍ଟିମେଟ ପ୍ରଦାନ ପାଇଁ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଅଶୋକଝର ଠାରୁ ପାହାଡର ପାଦଦେଶ ପର୍ଯ୍ୟନ୍ତ ରାସ୍ତାକୁ ସୁକିନ୍ଦା ବ୍ଲକ୍ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ମଲ୍ଲିକ ନଗଡାର ଦୈନିକ ସ୍ଥିତିକୁ ସମିକ୍ଷା କରିବା ସହ ନଗଡା ଓ ଗୁହିଆସାଳ ରାଜସ୍ୱ ଗ୍ରାମ ଅନ୍ତଃର୍ଗତ ସମସ୍ତ ପଡାକୁ ଯାଇ କାର୍ଯ୍ୟ ଅନୁଧ୍ୟାନ ଓ ତ୍ୱରାନ୍ନିତ ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ କମିଟି ଗଠନ କରିଛନ୍ତି। ଏହି କମିଟି ସଂପୃକ୍ତ ଗ୍ରାମମାନଙ୍କୁ ଯାଇ ସ୍ଥିତି ସଂପର୍କରେ ତଥ୍ୟ ପ୍ରଦାନ କରିବ। ଆଗାମୀ ଦୁଇମାସ ପାଇଁ ରନ୍ଧାଖାଦ୍ୟ ସହ ଡାଲି, ଚାଉଳ, ଆୟୋଡିନ୍ ଲୁଣ, ପ୍ରତ୍ୟେକଙ୍କ ପରିବାରକୁ ମଶାରୀ, ଜଳ ବିଶୋଧନକାରୀ ଯନ୍ତ୍ର ଏବଂ ରେଡକ୍ରସ ତରଫରୁ ଶାଢୀ, ପିଲାମାନଙ୍କୁ ଡ୍ରେସ୍, ଚପଲ ଇତ୍ୟାଦି ପ୍ରଦାନ କରାଯାଇଛି। ଏନ୍.ଆର.ସି ରେ ଚିକିତ୍ସିତ ହେଉଥିବା ଅସୁସ୍ଥ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁଧୁରିବା ପରେ ସେମାନେ ଘରକୁ ଫେରିଯାଇଛନ୍ତି । ତେବେ ଗୁରୁତର ଅସୁସ୍ଥ ଥିବା ମାନସୀର ସ୍ୱାସ୍ଥ୍ୟର ବେଶ୍ ସୁଧାର ପରିଲକ୍ଷିତ ହେଉଥିବା ବେଳେ ସଂପୂର୍ଣ୍ମ ସୁସ୍ଥ ହେବା ପରେ ତାକୁ ଛଡାଯିବ ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ରହୁଥିବା ୪୯୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ ୨୧୮ ଜଣଙ୍କର ଜ୍ୱର ଥିବାର ଜଣାଯିବା ପରେ ଅଧିକ ଚିକିତ୍ସାରୁ ୯୧ ଜଣଙ୍କ ଦେହରେ ମ୍ୟାଲେରିଆର ଲକ୍ଷଣ ଜଣାଯାଇଥିଲା , ସେମାନଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ନଗଡା ଓ ଗୁହିଆସାଳ ଇତ୍ୟାଦି ଟେଣ୍ଟ ବ୍ୟବସ୍ଥା କରାଯାଇ ୪ଟି ସ୍ୱାସ୍ଥ୍ୟ ପରୀକ୍ଷା ଦଳ ଓ ୪ଟି ଶିଶୁବିକାଶ ବିଭାଗ ଦଳ ଦିନରାତି ଅଦଳବଦଳ ପ୍ରକିୟାରେ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।


Author: Bijay, Jajpur Bureau