କ୍ୟାସ କଲେକ୍ଟର ଲୁଟର ଶୀକାର
Bijay, Jajpur Bureau - 22 Mar
ଯାଜପୁର ଜିଲ୍ଲାର ବୈରୀ ଥାନାର କୋଲ୍ଲାସିଂଠାରେ ଏକ ଅଟୋମୋବାଇଲ କମ୍ପାନୀର କ୍ୟାସ କଲେକ୍ଟର ଗତକାଲି ଲୁଟର ଶୀକାର ହୋଇଛନ୍ତି । ସେ ସନ୍ଧ୍ୟାବେଳେ ଢେଙ୍କାନାଳ ନିହାଲପ୍ରସାଦରୁ ଚଣ୍ଡିଖୋଲ ରାସ୍ତାଦେଇ ଫେରୁଥିଲା ବେଳେ ରାସ୍ତାକଡ଼ରେ ଆଗରୁ ଏକ ମୋଟର ସାଇକେଲରେ ପ୍ରସ୍ତୁତ ହୋଇ ରହିଥିବା ୨ଜଣ ଦୁର୍ବୁତ୍ତ ଟ୍ୟାକ୍ସ କଲେକ୍ଟର ଅକ୍ଷୟ କୁମାର ସାହୁଙ୍କୁ ଭୂଜାଲିରେ ଆକ୍ରମଣ କରି ତାଙ୍କ ଠାରୁ ୨୫ହଜାର ଟଙ୍କା ଲୁଟି ନେଇଛନ୍ତି । ବୈରୀ ପୋଲିସ ଏହି ଘଟଣାର ଅନୁସନ୍ଧାନ ଜାରିରଖିଛି ।
ଆନ୍ତଃ ଜିଲ୍ଲା କାର ଲୁଟେରା ଗିରଫ
UpdateNewsOdisha - 19 Mar
ମଞ୍ଚେଶ୍ବର ଥାନା ପୁଲିସ ଗତକାଲି ୩ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା କାର ଲୁଟେରାଙ୍କୁ ଯାଜପୁରରୁ ଗିରଫ କରି କୋଟ ଚାଲାଣ କରିଥିଲା । ଏମାନଙ୍କୁ ରିମାଣ୍ଡରେ ଆଣିବା ଲାଗି ବ୍ରହ୍ମପୁର ପୁଲିସ ଆବେଦନ କରିଛି । ସେମାନଙ୍କ ନାମରେ ୨୦୧୪ ଓ ୨୦୧୫ରେ ଦୁଇଟି ହତ୍ୟା ଅଭିଯୋଗ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନେ ୨୦୧୪ରେ ବ୍ରହ୍ମପୁର ବଡବଜାରରୁ ଜଣେ ଟାଟା ଏସି ଚାଳକକୁ ନିଶା ଦେଇ, ହତ୍ୟା କରି ଗାଡି ଲୁଟ୍ କରିଥିଲେ । ସେହିପରି ୨୦୧୫ରେ ଦିଗପହଣ୍ଡି ଅଞ୍ଚଳରେ ଚାଳକଙ୍କୁ ପଥରରେ ଛେଚି ହତ୍ୟା...