ଛି ଛକଡ଼ି !
Studio Rangtarang - 01 May
ବରଷକେ ଥରେ ହେବାରେ ବେଶ ସଭିଏଁ ପାଳିବା ଶ୍ରମିକ ଦିବସ ଆଗପରି ଆଉ ହେବାନି ଦୀନ ମାଲିକ ମୁଣ୍ଡେ ଚଢି କରିବା ଶାସନ ଛକଡ଼ି ଭାଳେ, ମାଲିକ ପଡିଲେ କାଳର ବଳେ ।
ଛି ଛକଡ଼ି !
Studio Rangtarang - 30 Apr
ଚିଟିଫଣ୍ଡିଆଙ୍କ ପାଇଁ ଗଢ଼ା ଯେ କମିଶନ୍ କି ବାଣ ମାଇଲ, ଛାଡ଼େ ପରାଣ । ଛକଡ଼ି ବୋଲେ, ବାଡ଼ ଯେବେ ଆପେ ଫସଲ ଢୋକିବ ଜୀବନ କିଆରି ଉଜୁଡା ଭଲେ ।
ଛି ଛକଡ଼ି !
Studio Rangtarang - 29 Apr
ନିଜକୁ ଉଜାଡ଼ି ରଖିଥିଲ ଦିନେ ମାଆ ଓ ମାଟିର ମାନ ସ୍ବଭିମାନ ଦିବସରେ ତେଣୁ ମାଳଟି ପାଉଚ, କୁଳବୃଦ୍ଧ ହେ ମଧୁସୂଦନ । ଭଣେ ଛକଡ଼ି, ଯେଉଁ ଭାଷା ପାଇଁ ଅଣ୍ଟା ଭିଡ଼ିଥିଲ ସେ ଭାଷା ଯାଏ ଉଜୁଡ଼ି ।।
ଛି ଛକଡ଼ି !
Studio Rangtarang - 27 Apr
ମାଟ୍ରିକ୍ ରେଜଲ୍ଟ୍ ବାହାରିଲା ଛୁଟି ମାସକର ପାଣିର ପଡିଲା ଆଗତୁରା ଫଳ ପାଚିଗଲା ବୋଲଇ ଛକଡ଼ି ମିଠା ମାଡେ ଗ୍ରୀଷ୍ମ ତରଳିଲା
ଛି ଛକଡ଼ି !
Studio Rangtarang - 26 Apr
ବନ୍ଦକର ହୋ ହଲ୍ଲା, ଆଗ ଇଲେକ୍ସନେ ମନ୍ତିରୀ ଏମେଲେଏ ତୁଣ୍ଡରେ ପଡିବ ଡବଲ୍ ତାଲା । ଛକଡ଼ି ବୋଲଇ ବାଆରେ ନବୀନା ଖାସା କାମ ଇଏ ଫ୍ରଣ୍ଟ୍ ବନ୍ଦ ବ୍ୟାକ୍ ଖୋଲା ।।
ଛି ଛକଡ଼ି !
Studio Rangtarang - 25 Apr
ବିଧାୟକ ଛେଳି ଏସିରେ ଶୁଏ ତମ ଆମ ଗାଈ ଗ୍ରୀଷମ ସହେ । ସନା ଗୁହାଳର ଗୁମର ଫିଟେ ଛକଡ଼ି ବାପୁଡା ପାଟି ନଫିଟେ ।
ଛି ଛକଡ଼ି !
Studio Rangtarang - 24 Apr
ଘରଣୀ କୁହାଟ ରନ୍ଧା ରନ୍ଧି ବନ୍ଦ, ଯାଅ ବେଗି ବେଗି ବାହାର ବାହାରେ ମିଳୁଛି ଆହାର । ପାଦେ ନାଇଁ ଜୋତା, ମୁଣ୍ଡେ ନାଇଁ ଛତା ଉପରୁ ବରଷେ ଟାଇଁ ଟାଇଁ ଖରା ଭାଳଇ ଛକଡ଼ି ଘରଣୀ ପେରେମ ଆହାର ନାଆଁରେ ପାହାର ।
ଛି ଛକଡ଼ି !
Studio Rangtarang - 23 Apr
ପୁଅ ମାର୍କ ପାଇଁ ମନ୍ତ୍ରୀପଦ ଗଲା ତମେ ଏଟି ପାଇଁ ଯିବ ଗିଫ୍ଟ ପାଇଁ କିଆଁ ଗାଦି ଛାଡ଼ି ଦେବି ଶଙ୍ଖନାଥଙ୍କୁ ବାଧିବ ମନେ ଭାବେ ଛକଡ଼ି, ଅବା ବ୍ୟବସ୍ଥା ଯିବ ଉଜୁଡ଼ି ।
ଛି ଛକଡ଼ି !
Studio Rangtarang - 21 Apr
ଛି ଛକଡ଼ି !
Studio Rangtarang - 20 Apr
ଶଙ୍ଖ ଦଳ ମୁଖ୍ୟ ବାବୁ ନବୀନ ଦୁଇ ଗୋଷ୍ଠୀ ଠେଇଁ ତାଙ୍କରି ମନ ଏପଟେ ଯୁବକ ସେପଟେ ବୁଢା ଦୁଇ ଗୋଷ୍ଠୀ ଧରି ହୋଇଛ ଛିଡା ଭାଳେ ଛକଡ଼ି, ଫାଳେ ଛାଡିଦେଲେ ଯିବକି ପଡି ।