କ୍ୟାସ କଲେକ୍ଟର ଲୁଟର ଶୀକାର
ଯାଜପୁର ଜିଲ୍ଲାର ବୈରୀ ଥାନାର କୋଲ୍ଲାସିଂଠାରେ ଏକ ଅଟୋମୋବାଇଲ କମ୍ପାନୀର କ୍ୟାସ କଲେକ୍ଟର ଗତକାଲି ଲୁଟର ଶୀକାର ହୋଇଛନ୍ତି । ସେ ସନ୍ଧ୍ୟାବେଳେ ଢେଙ୍କାନାଳ ନିହାଲପ୍ରସାଦରୁ ଚଣ୍ଡିଖୋଲ ରାସ୍ତାଦେଇ ଫେରୁଥିଲା ବେଳେ ରାସ୍ତାକଡ଼ରେ ଆଗରୁ ଏକ ମୋଟର ସାଇକେଲରେ ପ୍ରସ୍ତୁତ ହୋଇ ରହିଥିବା ୨ଜଣ ଦୁର୍ବୁତ୍ତ ଟ୍ୟାକ୍ସ କଲେକ୍ଟର ଅକ୍ଷୟ କୁମାର ସାହୁଙ୍କୁ ଭୂଜାଲିରେ ଆକ୍ରମଣ କରି ତାଙ୍କ ଠାରୁ ୨୫ହଜାର ଟଙ୍କା ଲୁଟି ନେଇଛନ୍ତି । ବୈରୀ ପୋଲିସ ଏହି ଘଟଣାର ଅନୁସନ୍ଧାନ ଜାରିରଖିଛି ।