Fashion

ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଡଲାରକୁ ୩୮.୭୬ ଖସିଲା

   ନୂଆଦିଲ୍ଲୀ,  ଆନ୍ତର୍ଜାତିକ ବଜାରରେ ତୈଳ ଦର ଗତ କିଛିଦିନ ଧରି ସାମାନ୍ୟ ବୃଦ୍ଧି ପାଇବା ପରେ ଏବେ ପୁଣିଥରେ ତଳକୁ ଖସିବା ଆରମ୍ଭ କରିଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟ୍ରୋଲିୟମ ପ୍ଲାନିଂ ଓ ବିଶ୍ଲେଷଣ ସେଲ୍ ପକ୍ଷରୁ କରାଯାଇଥିବା ସଦ୍ୟତମ ଆକଳନ ଅନୁସାରେ ବିଶ୍ୱ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୩୮.୭୬ ଡଲାରକୁ ଖସି ଆସିଛି । ପୂର୍ବ କାରବାର ଦିବସରେ ଏହି ଦର ୪୦.୨୧ ଡଲାର ଥିଲା । ଭାରତୀୟ ମୁଦ୍ରା ହିସାବରେ ବ୍ୟାରେଲ ପିଛା ଦର ୨୫୮୪.୨୮ ଟଙ୍କା ରହିଛି । ଏହା ପୂର୍ବ କାରବାର ଦିବସରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୨୬୭୧.୪୧ ଟଙ୍କା ଥିଲା । ସେହିପରି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି । ୧ ଡଲାରର ମୂଲ୍ୟ ଏବେ ୬୬.୪୧ ଟଙ୍କାରୁ ୬୬.୬୭ ଟଙ୍କାକୁ ଖସି ଆସିଛି ।


Author: UpdateNewsOdisha